ଭୁବନେଶ୍ୱର – ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମେଗା ଲିଫ୍ଟ, ମାଇନର ଲିଫ୍ଟ ଇରିଗେଶନ ଏବଂ ଡିପ ବୋରୟଲ ଗୁଡିକ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ଦୁର୍ବଳ ନଦୀ ବନ୍ଧ ଗୁଡ଼ିକ ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଂଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଫିସରମାନଙ୍କୁ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି । ତହସିଲଦାର ଏବଂ ଆମ ବିଭାଗ ଦୁର୍ବଳ ନଦୀବନ୍ଧ ଗୁଡିକର ତଦାରଖ କରୁଛନ୍ତି ।