-
ବୌଦ୍ଧ ଜିଲ୍ଲାର କଂଟାମାଳରେ ସର୍ବାଧିକ ୧୦୮.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ବୌଦ୍ଧ ଜିଲ୍ଲାର କଂଟାମାଳରେ ସର୍ବାଧିକ ୧୦୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରରେ ୧୦୨.୦ ମି.ମି., କଟକ ଜିଲ୍ଲାର ମାହାଙ୍ଗାରେ ୯୪.୦ ମି.ମି., କଂଟାପଡ଼ାରେ ୯୪.୦ ମି.ମି., ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ୭୪.୦ ମି.ମି., ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ୬୯.୧ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୬୫.୨ ମି.ମି., ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା (ପି.ଟି.ଓ.)ରେ ୬୫.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବବୁଗାଁରେ ୬୪.୧ ମି.ମି., ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୬୩.୦ ମି.ମି., କଳାହାଣ୍ଡି ଜିଲ୍ଲାର କୋକସରାରେ ୬୦.୦ ମି.ମି., ଗୋଲାମୁଣ୍ଡାରେ ୬୦.୦ ମି.ମି. ଏବଂ ରାୟଗଡ଼ା ଜିଲ୍ଲାର ଆମ୍ବାଭୋନାରେ ୬୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।