
ମାଲକାନଗିରି,ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଡାରୱଇନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଏନ୍ ଏସ୍ଏସ୍ ୟୁନିଟର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଦଶମ ଅନ୍ତର୍ଯାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି। କୁଡୁମୁଲୁଗୁମ୍ମା ପତଞଳୀ ପରିବାର ର ଆବାହକ ତଥା ଯୋଗ ପ୍ରଶିକ୍ଷକ ଭଗବାନ ସାହୁଙ୍କ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଓ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ମହାବିଦ୍ୟାଳୟର ପୂର୍ବତନ ସଦସ୍ୟ ବିଦ୍ୟାଧର ସାହାଣୀଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏଵଂ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଅଭିଭାବକ ମାନଙ୍କ ସହ ପାଖାପାଖି ଏକଶହ ଉର୍ଦ୍ଧ୍ବ ଯୋଗୀ ଯୋଗ କରିବା ସହ ପରିବେଶକୁ ଭବ୍ୟ ଓ ଦିବ୍ୟତା ରେ ମଧୂମୟ କରିଦେଇଥିଲେ । ଯୋଗ ପ୍ରଶିକ୍ଷକ ଭଗବାନ ସାହୁ ବିଭିନ୍ନ ଆସନ, ପ୍ରାଣାୟାମ, ଭୌତିକ ବ୍ୟାୟାମ ମାଧ୍ୟମରେ ଯୋଗ ଓ ଏହାର ଉପଯୋଗୀତା, ଉପକାର ସମ୍ପର୍କରେ ଅନେକ ତଥ୍ୟ ରଖିବା ସହ ପ୍ରତ୍ୟେକଙ୍କୁ “କର ଯୋଗ, ରୁହ ନୀରୋଗ” ବାର୍ତ୍ତା ଦେଇଥିଲେ ।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ ସମଗ୍ର ବିଶ୍ଵରେ ଯୋଗ ଶିବିର ଆୟୋଜନ କରାଯାଇ ଭାରତରେ ଋଷିମୂନୀ ମାନଙ୍କ ପରମ୍ପରା ଏହି ଅମୋଘ ଵାଣୀ ବିଶ୍ଵର କୋଣ ଅନୁକୋଣରେ ପହଞ୍ଚାଯାଇ ପାରିଛି ଓ ଭାରତୀୟ ଭାବରେ ସମସ୍ତେ ଏଥିପାଇଁ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଏଭଳି ସୁନ୍ଦର ଯୋଗ ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗର ତାତ୍ପର୍ଯ୍ୟ ଓ ଏହାର ଆବଶ୍ୟକତାକୁ ନେଇ ବିଭନ୍ନ ପ୍ରତିଯୋଗିତା ଯଥା:- ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା ଓ ଉକ୍ତ ପ୍ରତିଯୋଗିତାର ଯୋଗ୍ୟ ବିବେଚିତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତେ ନିୟମିତ ଯୋଗ କରିବା ସମ୍ବନ୍ଧରେ ଏକ ସଙ୍କଳ୍ପ ଜନିତ ଶପଥଗ୍ରହଣ କରିଥିଲେ।
ପରିଶେଷରେ ମହାବିଦ୍ୟାଳୟର ଏନ୍ ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଧିକାରୀ ସଞିତା ଖୋସଲା କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ସାଧୁବାଦ ଦେବା ସହିତ, ଯୋଗ ପ୍ରଶିକ୍ଷକ, ଅତିଥିଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଉଚ୍ଚ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଯୋଗୀ ମାନଙ୍କୁ ନିତ୍ୟ ନିୟମିତ ଯୋଗ ପ୍ରାଣାୟାମ ଜାରି ରଖିବାକୁ ଆହ୍ବାନ ଦେଇ ଯୋଗ ପ୍ରଶିକ୍ଷକ ଶ୍ରୀ ସାହୁ କାର୍ଯ୍ୟକ୍ରମର ଅନ୍ତିମ ଚରଣ ଘୋଷଣା କରିଥିଲେ।