ପଟ୍ଟାମୁଣ୍ଡାଇ, ଏକ ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତାଲଚୁଆ ଫରେଷ୍ଟର ଲକ୍ଷ୍ମୀଧର ବାରିକ, ବନରକ୍ଷୀ ଅବକାଶ ପାତ୍ର, କଳ୍ପତରୁ ସେଠୀ ପ୍ରମୁଖ ଭୋର ୪ଟା୩୦ ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟସ୍ଥ କାଳିଭଞ୍ଜଡ଼ିଆ ଜଙ୍ଗଲ ମଧ୍ୟରୁ ରାଜକନିକା ଅଂଚଳର ଜଣେ କାଠ ମାଫିଆକୁ ଗିରଫ କରିଛନ୍ତି। ଗିରଫ କାଠ ମାଫିଆଙ୍କ ନାମ ରତ୍ନାକର ମଲ୍ଲିକ ଓ ସେ ରାଜକନିକା ଜୟନଗର ଅଂଚଳର ବୋଲି ଜଣାପଡିଛି। କଟୁରୀ ସାହାଯ୍ୟରେ ବାତେରା ଏବଂ ଗରାଣୀ ଚେର କାଟୁଥିବା ସମୟରେ ଧରିଥିଲେ ବନ କର୍ମଚାରୀ । ଅଭିଯୁକ୍ତ ନିକଟରୁ ଦୁଇଟି ହରିଣ ଫାସ, ଦୁଇଟି କଟୁରୀ, ଗୋଟିଏ କୁରାଢ଼ୀ ସହ ୬ ବସ୍ତା ବାତେରା, ୨ ବସ୍ତା ଗରାଣୀ ଚେର ଜବତ କରାଯାଇଛି। ଜବତ କାଠର ଓଜନ ପାଖାପାଖି ଚାରି କୁଇଣ୍ଟାଲ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ ଏହାର ତଦନ୍ତ କରିବା ପରେ ରାଜନଗର ସ୍ତିତ ଗ୍ରାମ୍ୟ ନ୍ୟାୟାଳୟକୁ ପଠାଇଥିଲେ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳ ଜେଲ୍ କୁ ପଠାଯାଇଥିଲା।