
ସୋନପୁର, ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଫାରେଷ୍ଟ ସ୍ମାର୍ଟ ପାର୍କ ଠାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପିଡି ଡୁଡ଼ା ବିଶ୍ଵନାଥ ବାରିକ୍ ଯୋଗଦେଇ ଆମେ ସୁସ୍ଥ ରହିଲେ ସମାଜକୁ, ଏ ଦେଶକୁ ସୁସ୍ଥ ରଖିବା ବୋଲି କହିଥିଲେ। ପୌର ପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ଜିଲ୍ଲା ଯୋଗ ସମିତିର ସଭାପତି ହରିନାରାୟଣ ଶତପଥି, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗଦେଇ ଯୋଗାଭ୍ୟାସ ଓ ଏହାର ଉପକାରିତା ଉପରେ ବୁଝାଇଥିଲେ। ପତଞ୍ଜଳି ଯୋଗ ସମିତି ସଦସ୍ୟ ମନୋରଞ୍ଜନ ତ୍ରୀପାଠୀ ଅତିଥିଙ୍କୁ ସ୍ଵାଗତ କରି ସଭା ସଂଯୋଜନା କରିଥିବା ବେଳେ ପୌର କର୍ମଚାରୀ ବିଶ୍ଵଜିତ୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ଯୋଗ ସମିତି ସଭାପତି ହରି ନାରାୟଣ ଶତପଥି ଓ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗ ପ୍ରଶିକ୍ଷକ ଭାବେ ଏଠାରେ ଯୋଗଦେଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ପୌର କର୍ମଚାରୀ, ସ୍ବଚ୍ଛ ସାଥୀ, ପାର୍କ ମର୍ଣିଂ ୱାକର, ସ୍ବଚ୍ଛ ଭାରତ, ବରିଷ୍ଠ ନାଗରିକ ସଂଘ ସମେତ ସହରର ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତା ଯୋଗ ଦେଇଥିଲେ।
ସେହିପରି ସୋନପୁର ବ୍ଲକ ପକ୍ଷରୁ ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ତତ୍ଵାବଧାନରେ ନିଉ ଟାଉନ ହଲ ଠାରେ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀଙ୍କ ସଂଯୋଜନାରେ ଅନୁଷ୍ଠାନ ସଭାପତି ଅଭିମନ୍ୟୁ କୁଶଳଙ୍କ ସଭାପତିତ୍ବରେ ବିଶ୍ଵ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଛି। ମହିଳା କଲେଜରେ ଯୋଗ ପ୍ରଶିକ୍ଷକ ଭାବରେ ଗୋପାଲଜୀ ଯୋଗାଳୟର ବରିଷ୍ଠ ସଦସ୍ୟ ନିରଂଜନ ତ୍ରୀପାଠୀ ଓ ଆଇନଜୀବୀ ପ୍ରଦୀପ ପୁରୋହିତ ଯୋଗଦେଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବ୍ଲକ୍ ପକ୍ଷରୁ ଆୟୋଜିତ ନିଉ ଟାଉନ୍ ହଲ୍ ଠାରେ ରଶ୍ମି ରଞ୍ଜନ ଦାଶ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଏବିଡିଓ ଶଶି ଭୂଷଣ ପଧାନ, ଇଂ. ବିବେକ ପଣ୍ଡା, ନରେଶ ମେହେର, ଶ୍ରୀନିବାସ ପଧାନ୍, ସୁଶୀଳ ମହାପତ୍ର, ଏସଡିସି ଓଏଲଏମ ନିପୂର୍ ମହାନନ୍ଦ, ସୁମିତ୍ରା ସାହୁ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।