ହରିଦ୍ୱାର, ଦେବଭୂମି ଉତ୍ତରାଖଣ୍ଡର ହିମାଳୟୀ କ୍ଷେତ୍ର ଯମୁନେତ୍ରୀରେ ଏକ ଏଭଳି ବୃକ୍ଷ ମିଳିଛି, ଯାହା ଆଜି ଯାଏ ବିଶ୍ୱ ପାଇଁ ଅଜ୍ଞାତ ଥିଲା । ଏହାକୁ କ୍ୟାମ୍ପେନ୍ୟୁଲା ଡେନ୍ସିସିଲିଏଟା ନାମରେ ଚିହ୍ନଟ କରାଯାଇଛି ।
ଏହା ଗଛର ଫୁଲ ବାଇଗଣୀ ରଙ୍ଗ ଓ ଏହାର ଆକୃତି ଘଂଟାକାର ଅଟେ । ପତଂଜଳିର ରିସର୍ଚ୍ଚ ଟିମ ଗଭୀର ଅନୁସନ୍ଧାନ ପରେ ଦାବି କରିଛି ଯେ, ଏହି ଗଛ ବିଶ୍ୱରେ ଆଉ କେଉଁଠି ମିଳେନାହିଁ ।
ପତଂଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ପତଂଜଳିର ଏହି ଗବେଷଣାକୁ ନ୍ୟୁଜିଲ୍ୟାଣ୍ଡର ବିଶ୍ୱ ପ୍ରସିଦ୍ଧ ବନସ୍ପତି ଗବେଷଣା ଜର୍ଣ୍ଣାଲ ଫାଇଟୋଟେକ୍ସା ପ୍ରକାଶ କରିଛି ।