ଭୁବନେଶ୍ୱର, ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ବିରୋଧରେ ହାଇକୋର୍ଟ ଯାଇଛନ୍ତି ବରିଷ୍ଠ ବିଜେପି ନେତା ଦିଲୀପ ରାୟ । ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦିଲୀପ ମାମଲା ଦାୟର କରିଛନ୍ତି । ଦିଲୀପ ଅଭିଯୋଗ କରିଛନ୍ତି ଯେ ନାମାଙ୍କନ ଦାଖଲ ବେଳେ ସାରଦା ମିଥ୍ୟା ସତ୍ୟପାଠ ଦେଇଛନ୍ତି । ସାରଦାଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ସତ୍ୟପାଠରେ ସେ ଲୁଚାଇଥିଲେ । ଏହାସହ ସାରଦା ନାୟକ ନିଜର ଅସ୍ଥାବର ସମ୍ପତି ତଥ୍ୟ ମଧ୍ୟ ଲୁଚାଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦିଲୀପ ।