ଅହମଦାବାଦ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅହମଦାବାଦର ବୋଡକଦେବ ସ୍ଥିତ ଗୋଟିଲା ଗାର୍ଡେନରେ ଯୋଗାଭ୍ୟାସ କରିଛନ୍ତି । ସମାରୋହରେ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ଉପରେ 2014ରେ ମିଳିତ ଜାତିସଂଘ ମହାସଭା ଜୁନ 21କୁ ଅନ୍ତର୍ଜାତୀୟ ସ୍ତରରେ ଯୋଗ ଦିବସ ପାଳନ କରିବା ଆରମ୍ଭ କରିଥିଲା । ମୋଦି ନିଜ ପ୍ରସ୍ତାବରେ ଭାରତର ପ୍ରାଚୀନ ବିଜ୍ଞାନ ଯୋଗରେ ପୂରା ବିଶ୍ୱକୁ ପରିଚିତ କରାଇଛନ୍ତି ।
ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ଯେ, ଦେଶ 2014 ମସିହାରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଐତିହାସିକ ଜନାଦେଶ ମିଳିବା ପରେ ମୋଦି ଯେତେବେଳେ ପ୍ରଥମ ଥର ମିଳିତ ଜାତିସଂଘ ମହାସଭାକୁ ଯାଇଥିଲେ, ସେତେବେଳେ ସେ ଜୁନ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରସ୍ତାବ ଜରିଆରେ ନିଜ ଦେଶର ପ୍ରାଚୀନ ବିଜ୍ଞାନ ଯୋଗ ସହିତ ପୂରା ବିଶ୍ୱକୁ ପରିଚିତ କରାଇଥିଲେ ।