
ନୂଆଦିଲ୍ଲୀ, ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏବେ ନିର୍ବାଚନ କମିଶନର ହରିୟାଣା, ଝାରଖଣ୍ଡ, ମହାରାଷ୍ଟ୍ର ଓ ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତୁତି ଲାଗିଛନ୍ତି । କମିଶନର ନିର୍ବାଚନୀ ତାଲିକା ଅପଡେଟ କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି । ନିର୍ବାଚନ କମିଶନ ଅନୁସାରେ ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକାର ଅପଡେଟ କରିବା ତାରିଖ ଜୁଲାଇ 1ରୁ ଆରମ୍ଭ ହେବ । ଏହି ତିନି ରାଜ୍ୟରେ ବର୍ତ୍ତମାନ ବିଧାନୌଭା କାର୍ଯ୍ୟକ୍ରମ ନଭେମ୍ବର 3, ନଭେମ୍ବର 26 ଓ ଆସନ୍ତା ବର୍ଷ ଜାନୁୟାରୀ 5ରେ ଶେଷ ହେବ । ଏହି ବିଧାନସଭାର ନିର୍ବାଚନ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ କରାଯିବାର ଆବଶ୍ୟକତା ରହିଛି ।
ଏହା ବ୍ୟତୀତ ନିର୍ବାଚନ କ୍ଷେତ୍ରର ପରିସୀମା ପରେ ନୂଆ ଗୃହ ଗଠନ ପାଇଁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁକଶ୍ମୀରର ବିଧାନସଭା ପାଇଁ ସାଧାରଣ ନିର୍ବାଚନ କରାଯିବ । ଏଥିପାଇଁ ନିର୍ବାଚନ ବୁଥ ସ୍ତର ଅଧିକାରୀ ଘରକୁ ଘର ଯାଇ ସର୍ବେକ୍ଷଣ କରିବେ ।