କୋଲକାତା, କୋଇଲା ତସ୍କରୀର ତଦନ୍ତ ମାମଲାରେ ସିବିଆଇ ଗୁରୁବାର ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ଅଧିକାରୀ ଓ ଜଣେ ସିଭିଲ ଠିକାଦାରଙ୍କୁ ଗିରଫ କରିଛି । ଶୁକ୍ରବାର କେନ୍ଦ୍ରୀୟ ଏଜେନ୍ସି ଟିମ୍ ଗିରଫ ଦୁଇଜଣଙ୍କୁ ନେଇ ନିଜାମ ପ୍ୟାଲେସରୁ ଆସନସୋଲ ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଛି ।
ଇସିଏଲ କାଜୋରା ଅଂଚଳର ଜିଏମ ନରେଶ ଚନ୍ଦ୍ର ସାହା ଓ ସିଭିଲ କଂଟ୍ରାକ୍ଟର ଅଶ୍ୱିନୀ କୁମାର ଯାଦବଙ୍କୁ କୋଲକାତାର ନିଜାମ ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡାକିଥିଲା । ବିଳମ୍ବିତ ରାତି ଯାଏ ଉଭୟଙ୍କୁ ପଚରାଉଚରା କରାଯାଇଥିଲା ଏବଂ ବୟାନରେ ତାଳମେଳ ନହେବା କାରଣରୁ ଉଭୟଙ୍କୁ ଗିରଫ କରାଯାଇଛି ।