ଇନ୍ଦୋର, ଇନ୍ଦୋର ଏୟାରପୋର୍ଟକୁ ପୁଣି ଥରେ ବୋମାରେ ଉଡାଇବାକୁ ଧମକ ମିଳିଛି । ଏୟାରପୋର୍ଟର ଇମେଲ ଆଇଡିକୁ ଏହି ଧମକ ମିଳିଛି । ଏହି ମାମଲାରେ ଏୟାରପୋର୍ଟର ମୁଖ୍ୟ ସୁରକ୍ଷା ଅଧିକାରୀ ଏରୋଡ୍ରମ ଥାନାରେ ଅଭିଯୋଗ କରି କେସ ରୁଜୁ କରିଛନ୍ତି । ଧମକପୂର୍ଣ୍ଣ ଇମେଲ ଆସିବା ପରେ ଇନ୍ଦୋର ଏୟାରପୋର୍ଟ ପ୍ରବନ୍ଧନ ସୁରକ୍ଷା ଏଜେନ୍ସିକୁ ସତର୍କ କରି ସିଆଇଏସଏଫ ଟିମ ଚେକିଂ ଅଭିଯାନ ଚଳାଇଥିଲେ, କିନ୍ତୁ ଏୟାରପୋର୍ଟରୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।
ଏୟାରପୋର୍ଟ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ସୂଚନା ମୁତାବକ ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ମେଲ ଆଇଡିରେ ଗୁରୁବାର ସକାଳ 10.26 ମିନିଟରେ ଇମେଲ ଆସିଥିଲା । ଇମେଲରେ ପେଟ୍ରିକ ନାମକ ବ୍ୟକ୍ତି ଏୟାରପୋର୍ଟରେ ବୋମା ରଖିବା ନେଇ ଧମକ ଦେଇଥଲା, କିନ୍ତୁ ସେ କୌଣସି ସଙ୍ଗଠନ କଥା ଉଠାଇନଥିଲା । ଏହାପରେ ମୁଖ୍ୟ ସୁରକ୍ଷା ଅଧିକାରୀ କରଣ ତିୱାରୀ ପୋଲିସ ନିକଟରେ ମାମଲା ରୁଜୁ କରାଇଥିଲେ ।