ମଥୁରା,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ପ୍ରଦେଶର ମଥୁରାରେ ଶୁକ୍ରବାର ସୈନିକଙ୍କ ସହ ବିଭିନ୍ନ ଆସନ ଓ ପ୍ରାଣାୟମ ଅଭ୍ୟାସ କରି 10ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସଶସ୍ତ୍ର ବଳର ନେତୃତ୍ୱ ନେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଯୋଗ ଶରୀର ଏବଂ ମନକୁ ଯୋଡିଥାଏ ଏବଂ ଆଧ୍ୟାତ୍ମିକ ଚେତନା ପ୍ରାପ୍ତ କରିବାରେ ସହଯୋଗ କରିଥାଏ । ଏହା ଆମର ଆକ୍ରାତ୍ମକ କ୍ଷମତାକୁ ସମ୍ଭାଳିବାରେ ସହଯୋଗ କରିଥାଏ, ଯାହା ଦେଶର ସୁରକ୍ଷାକୁ ନେଇ ସୈନିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାପରେ ପ୍ରତିରକ୍ଷାମନ୍ତ୍ରୀ ବାଙ୍କେବିହାରୀଙ୍କ ଦର୍ଶନ କରିଥିଲେ ।
ପ୍ରତିରକ୍ଷାମନ୍ତ୍ରୀ ଏହି ଦିନକୁ ଦେଶ ପାଇଁ ଗର୍ବର ବିଷୟ କହି ବିଶ୍ୱ ଭାରତର ଏହି ମହାନ ସାଂସ୍କୃତିକ ଐତିହ୍ୟକୁ ଉତ୍ସାହର ସହ ସ୍ୱୀକାର କରୁଛି ଏବଂ ଗ୍ରହଣ କରୁଛି । ବିଶ୍ୱରେ ଯୋଗକୁ ପହଂଚାଇବାର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ ଓ 1କୋରର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟିନାଂଟ ଜେନେରାଲ ସଂଜୟ ମିତ୍ରାଙ୍କ ସହ ବରିଷ୍ଠ ଅଧିକାରୀ, ଅଗ୍ନିବୀର, ପରିବାର ଓ ପିଲାଙ୍କ ସହ 6ଶହ ଲୋକ ସାମିଲ ହୋଇଥିଲେ ।