ନୂଆଦିଲ୍ଲୀ, ନିଟ କାଉନସିଲିଂ ଉପରେ ରୋକ୍ ଲଗାଇବାକୁ ଶୁକ୍ରବାର ପୁଣି ଥରେ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଭ୍ୟାକେସନ ବେଂଚ ନିଟକୁ ନେଇ ଆଜି ଦୁଇଟି ପିଟିସନର ଶୁଣାଣି କରି ଏନଟିଏକୁ ନୋଟିସ ଜାରି କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ପିଟିସନ ଉପରେ ବାକି ମାମଲା ସହିତ ଜୁଲାଇ 8ରେ ଶୁଣାଣି ହେବ ।
ଗୋଟିଏ ପିଟିସନରେ କୁହାଯାଇଥିଲା ଯେ, ଯେଉଁ 1563 ପ୍ରାର୍ଥୀଙ୍କ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉଛି, ସେମାନଙ୍କ ମଧ୍ୟରୁ 7ଶହ ପୂର୍ବରୁ ଅସଫଳ ହୋଇଛନ୍ତି, ଏହା ଏନଟିଏ କୋର୍ଟକୁ ଲୁଚାଇଛନ୍ତି । ଅନ୍ୟ ପିଟିସନରେ ପେପର ଲିକ୍ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି ।