ଭୁବନେଶ୍ୱର, ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଧାର୍ଯ୍ୟ ସମୟ ଠାରୁ ମୌସୁମୀ ଜଲଦି ଆସିଥିଲେ ହେଁ ଅଗ୍ରସର ହେବା ପ୍ରକିୟା ଧିମେଇ ଥିଲା । ତେବେ୨୪ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି,କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ପୁରୀ , ନୟାଗଡ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ, ଅନୁଗୁଳ , ଢେଙ୍କାନାଳ , ଖୋର୍ଦ୍ଧା , କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ଦେବଗଡ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି ।
ଅନ୍ୟପକ୍ଷରେ ମୌସୁମୀ ବାୟୁ ବାକି ୬ ଜିଲ୍ଲା ଛୁଇଁବାକୁ ପାଗ ଅନୁକୂଳ ରହିଛି । ଏହି ୬ ଜିଲ୍ଲା ହେଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ।