
-
ଅଗ୍ନିଶମ ବାହିନୀ, ଓଡ଼୍ରାଫ ଟିମ୍ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
ଗଞ୍ଜାମ, ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ, ଓଡ଼୍ରାଫ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ନିଖୋଜ ଯୁବକ ଜଣକ ହେଲେ ସ୍ଥାନୀୟ ଅଂଚଳର ହେମନସେନ ବେହେରା । ୨୨ ବର୍ଷିୟ ହେମନସେନ ଗତକାଲି ଅପରାହ୍ନରେ ନିଜର ୪ରୁ ୫ ଜଣ ବନ୍ଧୁଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିବା ବେଳେ ଅସାବଧାନତାବଶତଃ ଭାସି ଯାଇ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ, ଓଡ଼୍ରାଫ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଛତ୍ରପୁର ଏସଡିପିଓ, ଆର୍ଯ୍ୟପଲ୍ଲୀ ଥାନା ପୁଲିସ ଉପସ୍ଥିତ ଅଛନ୍ତି । ହେମନସେନଙ୍କୁ ଖୋଜିବାକୁ ସମୁଦ୍ର ଉପରେ କୋଷ୍ଟଗାର୍ଡ ହେଲିକପ୍ଟର ମଧ୍ୟ ପଇଁତରା ମାରୁଛି । ହେଲେ ଅଦ୍ୟାବଧି ହେମନସେନଙ୍କ ପତା ମିଳି ପାରିନି । ଅନ୍ୟପକ୍ଷରେ ପୁଅକୁ ନ ପାଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି ।