
ଭଦ୍ରକ, ଡବଲ୍ ନୁହେଁ ସାମ୍ନାକୁ ଆସିଛି ଟ୍ରିପଲ୍ ମର୍ଡର । ଭଦ୍ରକ ଗ୍ରାମାଚଂଳ ଥାନା ରାଇମଣି ଗ୍ରାମରେ ଜଣେ ନାବାଳକ ତିନି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାଇମଣି ଗାଁ ବିଲରୁ ଜଣେ ମହିଳା ଓ ତାଙ୍କ ଝିଅର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସେହି ପାଖରୁ ଅଭିଯୁକ୍ତ ନାବାଳକର ଆଈର ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଗ୍ରାମାଚଂଳ ଥାନା ପୋଲିସ ବୃଦ୍ଧାଙ୍କ ମୃତଦେହ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଘଟଣାରେ ସମ୍ପୃକ୍ତ ନାବାଳକକୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ । ଦୁଇ ଦିନ ତଳୁ ନାବାଳକ ଜଣକ ନିଜ ଆଈକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।