କୋଲକାତା, ପଶ୍ଚିମବଙ୍ଗ ଜିଆରପି ଜଣେ ରେଳଯାତ୍ରୀଙ୍କ ଦ୍ଵାରା ଦାୟର୍ ହୋଇଥିବା ଅଭିଯୋଗ ଆଧାରରେ କଂଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାର ସମାନ୍ତରାଳ ଯାଂଚ୍ କରିବ । ସୋମବାର ଘଟିଥିବା ଏହି ରେଳ ଦୁର୍ଘଟଣାର ସ୍ଵତନ୍ତ୍ର ଯାଂଚ୍ ନେଇ ଜିଆରପି ୬ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ (ଏସଆଇଟି)ର ଗଠନ କରିଛି ।
ସିଲିଗୁଡ଼ି ଜିଆରପି ଅଧିକ୍ଷକ ଏସ ସେଲବା ମୁରୁଗନ ଗୁରୁବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏସଆଇଟି ର ନେତୃତ୍ୱ ନେବେ ପୋଲିସ ଉପଅଧିକ୍ଷକ ସ୍ତରର ଜଣେ ଅଧିକାରୀ । ତାଙ୍କୁ ସହାୟତା କରିବା ପାଇଁ ଜଣେ ନିରୀକ୍ଷକ, ଦୁଇ ଜଣ ଉପ ନିରୀକ୍ଷକ ଏବଂ ଦୁଇ ଜଣ ସହାୟକ ଉପ ନିରୀକ୍ଷକ ରହିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଦୁର୍ଘଟଣାର ତଦନ୍ତ ପୂର୍ବତଟ ସୀମାନ୍ତ ରେଲୱେ (ଏନଏଫଆର)ର ମୁଖ୍ୟ ରେଳ ସୁରକ୍ଷା ଆୟୁକ୍ତ (ସିସିଆରଏସ) ଜନକ କୁମାର ଗର୍ଗ ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆରମ୍ଭ ହୋଇଛି ।