ବଲାଙ୍ଗିର, ଟିଟିଲାଗଡ଼ ମୁକ୍ତିଧାମ ପଛ ପଟେ ଥିବା କାଳୀ ମନ୍ଦିର ପୂଜକ ଅଦ୍ରିଶ୍ଵରା ନନ୍ଦ ମହାରାଜଙ୍କ ଆଜି ଭୋର ୩ଟାରେ ଟିଟିଲାଗଡ଼ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ଭୌତିକ ଶରୀର ତ୍ୟାଗକରି ପରମାତ୍ମାଙ୍କ ପାଖରେ ବିଲୀନ ହେଲେ ପୂଜକ । ଏହି କାଳୀ ମନ୍ଦିରର ସ୍ଥାନ ନିରୂପଣ, ମନ୍ଦିର ନିର୍ମାଣ, ବୃକ୍ଷରୋପଣ ଠାରୁ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ଵ ସେ ତୁଲାଉଥିଲେ । ବହୁତ ସଂଘର୍ଷ କରି ଏହି କାଳୀ ମନ୍ଦିର ନିର୍ମାଣ କରି କାଳୀ ଭକ୍ତଙ୍କୁ ଏକତ୍ରିତ କରି ଏଠାରେ ପୁଜା କାର୍ଯ୍ୟ କରୁଥିଲେ ।
ପୂଜକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଙ୍ଗାଳୀ ସମାଜର ସଦସ୍ୟ, ସହରର ବୁଦ୍ଧିଜୀବୀ, ସମାଜସେବୀ ଓ ଅନ୍ୟମାନେ ଉପସ୍ଥିତ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ରାମକୃଷ୍ଣ ପରମହଂସ ଆଶ୍ରମର ପୂଜକମାନେ ଆସି ତାଙ୍କର ଶବ ସତ୍କାର କରିଥିଲେ ।