
ବଲାଙ୍ଗିର, ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସକାଳ ୮ଟା ୩୦ ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଥିଲେ । ଶିଶୁ ମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ ନ କରିବା ପାଇଁ ଏହି ରଥ ବିଭିନ୍ନ ସ୍ଥାନରେ ବୁଲିବୁଲି ଜନ ସଚେତନତା ସୃଷ୍ଟି କରିବ । ଶିଶୁ ଶ୍ରମିକ ନିୟୋଜିତ ଏକ ଅପରାଧ ଅଟେ । ତେଣୁକରି ଶିଶୁ ମାନଙ୍କୁ ଶିକ୍ଷା ଦେଇ ସେମାନଙ୍କ ଭବିଷ୍ୟତ ଉଜ୍ଵଳ କଲେ ଏକ ସୁସ୍ଥ ସମାଜ ଓ ବିକଶିତ ଦେଶ ଗଠନ କରାଯାଇ ପାରିବ ବୋଲି ମତପ୍ରକାଶ ପାଇଥିଲା ।