ଭୁବନେଶ୍ୱର, ଓଡିଶା ବିଧାନସଭାର ନୂତନ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ସୋସିଆଲ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମତୀ ସୁରମା ପାଢ଼ୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ବିଧାୟିକା ତଥା ମନ୍ତ୍ରୀ ଭାବେ ଆପଣଙ୍କ ଅଭିଜ୍ଞତା ତଥା ଅନୁଭବରୁ ମୁଁ ନିଶ୍ଚିତ ଯେ ଆପଣ ପବିତ୍ର ଗୃହର ଗରିମା ବଜାୟ ରଖିବା ସହ ଏହାର ପରମ୍ପରା ତଥା ପଦମର୍ଯ୍ୟାଦା ରକ୍ଷା କରିବା ଦିଗରେ ନିଶ୍ଚୟ ସଫଳ ହେବେ ।