ଭୁବନେଶ୍ୱର- ଓଡ଼ିଆ ପୁଅ ଅଂଶୁମାନ କାମିଲା ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ଟପ୍ପର ହୋଇଛନ୍ତି । ଆଇଇଏସ୍ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ଦେଶର ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ ଏକ ନମ୍ବର ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛନ୍ତି ।
ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରାଧ୍ୟାପିକା ମିତାଲି ଚିନାରାଙ୍କ ପୁଅ ।
ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠ ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜରୁୁ ଇକୋନୋମିrରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିrରୁ ସ୍ନାତକୋତର ଡିଗ୍ରୀ ଏବଂ ଜେଏନୟୁରୁ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି ।