ନୂଆଦିଲ୍ଲୀ, ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର କାଲି ଦିନିକିଆ ଔପଚାରିକ ଗସ୍ତରେ ଶ୍ରୀଲଙ୍କା ଯିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଥର ସରକାର ଗଠନ ହେବା ପରେ ଏହା ତାଙ୍କ ପ୍ରଥମ ସାମୁଦ୍ରିକ ପଡୋଶୀ ଦେଶକୁ ଯାତ୍ରା ଅଟେ ।
ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଯାତ୍ରା ସମୟରେ ସେ ଶ୍ରୀଲଙ୍କା ସରକାରର ଶୀର୍ଷ ନେତୃତ୍ୱ ସହିତ ପାରସ୍ପରିକ ବୁଝାମଣା ସହିତ ଜଡିତ ବିଭିନ୍ନ ମାମଲା ଉପରେ ଆଲୋଚନା କରିବେ । ଏହି ଯାତ୍ରା ଯୋଗାଯୋଗ ପରିଯୋଜନା ଓ ବିଭିନ୍ନ ଅଂଚଳରେ ଅନ୍ୟ ପାରସ୍ପରିକ ଭାବେ ଲାଭକାରୀ ସହଯୋଗକୁ ଗତି ପ୍ରଦାନ କରିବ ।
ମନ୍ତ୍ରାଳୟ ଅନୁସାରେ ଭାରତର ପଡୋଶୀ ପ୍ରଥମ ନୀତିରେ ହୋଇଥିବା ଏହି ଯାତ୍ରା ଶ୍ରୀଲଙ୍କା ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି ।