ଭୁବନେଶ୍ୱର, ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସଆଇ ନିଷ୍ପତି ନେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ସୋସିଆଲ ସାଇଟ୍ ଏକ୍ସରେ ଲେଖିଛନ୍ତି ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ସମସ୍ତ ଓଡ଼ିଆ ଏବଂ ସନାତନୀ ମାନଙ୍କର ଭାବାବେଗ ସହ ଜଡ଼ିତ । ରତ୍ନଭଣ୍ଡାର ଖୋଲିବା ନେଇ ଓଡ଼ିଶାବାସୀଙ୍କ ଦାବି ରହିଥିଲା । ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦିଆଯାଇ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସଆଇ ପକ୍ଷରୁ ନିଷ୍ପତି ନିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ।
ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ବେଳେ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ସହ ଯାଞ୍ଚ କରାଯିବ । ରତ୍ନଭଣ୍ଡାର ଖୋଲାଯିବା ପରେ ସେଠାରେ ଥିବା ଅଳଙ୍କାର ଏବଂ ତତସହ ଜଡ଼ିତ ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ବିଶ୍ୱାସ । ବିଜେପି ସର୍ବଦା ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଆସିଛି । ରତ୍ନଭଣ୍ଡାର ଖୋଲିବାର ନିଷ୍ପତି ନେଇଥିବାରୁ ଏଏସଆଇକୁ ଧନ୍ୟବାଦ । ଜୟ ଜଗନ୍ନାଥ ।