ପାଟଣା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟ ନେଟ ଜିରୋ କ୍ୟାଂପସର ଉଦଘାଟନ କରିଛନ୍ତି । ଉଦଘାଟନ ପରେ 8ଶହ ବର୍ଷ ପରେ ଏହି ବିଶ୍ୱବିଦ୍ୟାଳୟର ଗୌରବ ଫେରିଛି । ପିଏମ ମୋଦିଙ୍କ ସହିତ ସିଏମ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ବୈଭବର ପୁନଃ ସ୍ଥାପିତ କରିବା ପୂର୍ବରୁ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସର ଉଦଘାଟନ ପିଏମ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ କରାଯାଇଛି ।
ରାଜଗିରିର ପଂଚ ପାହାଡରେ ଥିବା ବୈଭବଗିରିର ପାଦଦେଶରେ ନୂଆ ନାଳନ୍ଦା ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ ପରିସରର ନିର୍ମାଣ 455 ଏକରର ବିଶାଳ ଅଂଚଳରେ କରାଯାଇଛି ।
ନୂଆ କ୍ୟାଂପସରେ ପ୍ରାୟ 24 ବଡ ବିଲ୍ଡିଂ, 450 କ୍ଷମତାର ହଷ୍ଟେଲ, ମହିଳାଙ୍କ ପାଇଁ ହଷ୍ଟେଲ, ସପିଂ କମ୍ପ୍ଲେକ୍ସ, ଫୁଡକୋର୍ଟ, 40 ହେକ୍ଟରରେ ଜଳାଶୟ, ମଂଚ, ଧ୍ୟାନ କକ୍ଷ, ଅଡିଟୋରିୟମ, ଯୋଗ ପରିସର, ସ୍ପୋର୍ଟ୍ସ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ସହିତ ଆଉଟଡୋର ସ୍ପୋର୍ଟ୍ସ ଷ୍ଟାଡିୟମ, ବ୍ୟାୟାମଶାଳା, ହସ୍ପିଟାଲ, ପାରଂପରିକ ଆହର-ପାନୀୟ ଜଳ ନେଟୱର୍କ, ସୋଲାର ଫାର୍ମ ଆଦି ରହିଛି ।