ନୂଆଦିଲ୍ଲୀ, ସ୍ପାଇସଜେଟ ଏୟାରଲାଇନର ଫ୍ଲାଇଟରେ ଖରାପ ବ୍ୟବସ୍ଥା ମାମଲା ସାମ୍ନାକୁ ଆସିଛି । ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସଜେଟର ଉଡାଣ ସଂଖ୍ୟା ଏସଜି 486ର ଯାତ୍ରୀଙ୍କୁ ଭୀଷଣ ଗରମ ମଧ୍ୟରେ ଏକ ଘଂଟାରୁ ଅଧିକ ସମୟ ଯାଏ ବିନା ଏସିର ବିମାନ ଭିତରେ ବସିବାକୁ ପଡିଛି, ଯେଉଁଥିରେ ଅଧିକାଂଶ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ସ୍ପାଇସଜେଟରୁ ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିଲା । ଦିଲ୍ଲୀ ଏୟାରପୋର୍ଟରେ ଚେକ୍ ଇନ କରିବା ପରେ ଏକ ଘଂଟା ଯାଏ ଏସି ଚାଲୁ କରାଯାଇନଥିଲା । ଏହି କାରଣରୁ ଫ୍ଲାଇଟ ଭିତରର ତାପମାତ୍ରା 40ଡିଗ୍ରୀ ଯାଏ ପହଂଚିଥିଲା । ଏହାକୁ ନେଇ ଯାତ୍ରୀମାନେ ସମସ୍ୟାରେ ପଡିଥିଲେ ।