ଭୁବନେଶ୍ୱର, ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ କରାଯିବ । ରୋଗୀଙ୍କ ଆଂଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତି ନେଇଛି । ଆଂଟି ବଡି ପରୀକ୍ଷା ପାଇଁ ରୋଗୀଙ୍କ ନମୁନା ପଠାଯାଇଥିବା ବେଳେ ଜିନମ୍ ସିକ୍ୱେସିଂ ପାଇଁ ଆଇଏଲଏସ୍ କିମ୍ବା ଆଇସିଏମଆରକୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।
ସେ ଆହୁରି କହିଛନ୍ତି ଯେ ଡିପ୍ଥେରିଆ ସ୍ଥିତି ନିୟନ୍ତ୍ରଣରେ ରହିଛି । ନୂଆ କେସ୍ ଆସିନି, ଏବେ ଯାଏଁ ସେହି ୨୧ଟି ମାମଲା ରହିଛି । ରାୟଗଡ଼ା ହସ୍ପିଟାଲରେ କେହି ରୋଗୀ ନାହାନ୍ତି, ସବୁ ଘରକୁ ଗଲେଣି । ଭବାନୀପାଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । କୋରାପୁଟ ବନ୍ଧୁଗାଁର ରୋଗୀ ଏମକେସିଜିରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।