ଭୁବନେଶ୍ୱର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି । ଓପିଆଇଡି କ୍ଷମତାସମ୍ପନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅର୍ଥ ବିଭାଗର ଅତିରିକ୍ତ ସଚିବ, ଅଧିକାରୀଙ୍କଠୁ କ୍ଷତିଗ୍ରସ୍ତଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଓପିଆଇଡି କ୍ଷମତାସମ୍ପନ୍ନ ଅଧିକାରୀଙ୍କ ପାଖରେ ୨୬ଟି ଚିଟଫଣ୍ଡ କମ୍ପାନୀର ମାମଲା ରହିଛି । ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବା ପ୍ରକ୍ରିୟା ଆହୁରି ସରଳୀକରଣ ହେବ । ନିଜ ନିଜ ଜିଲ୍ଲାରେ କ୍ଷତିଗ୍ରସ୍ତ କିପରି ଟଙ୍କା ଫେରିପାଇବେ ବ୍ୟବସ୍ଥା ହେଉଛି । ଅଧିକ ମାନବ ସମ୍ବଳ ବୃଦ୍ଧି ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ।