କୋଲକାତା, ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାର ଶିକାର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାକୁ ପହଂଚିଥିବା ବିଜେପି ପ୍ରତିନିଧିମଣ୍ଡଳକୁ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଇମଣ୍ଡ ହାର୍ବରରେ ନିଜ କାର୍ଯ୍ୟକର୍ତ୍ତାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ବିଜେପି କାର୍ଯ୍ୟକର୍ତ୍ତା-ସମର୍ଥକଙ୍କ ଗୋଟିଏ ଗୋଷ୍ଠୀ ମଙ୍ଗଳବାର ଦକ୍ଷିଣ 24 ପ୍ରଗଣାର ଆମତଲାରେ କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ଓ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ କାରକୁ ରୋଗି ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ ବିଜେପିର ଡାଇମଣ୍ଡ ହାର୍ବର ସଙ୍ଗଠନାତ୍ମକ ଜିଲ୍ଲାଧ୍ୟକ୍ଷ ଅଭିଜିତ ସର୍ଦ୍ଦାରଙ୍କ ବିରୋଧରେ କ୍ରୋଧ ପ୍ରକାଶ କରିଥିଲେ ।
ନିର୍ବାଚନ ପରେ ହିଂସାର ଶିକାର ହୋଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗୋଟିଏ ଗୋଷ୍ଠୀ ଡାଇମଣ୍ଡ ହାର୍ବରରେ ପରାଜିତ ବିଜେପି ପ୍ରାର୍ଥୀ ଅଭିଜିତ ଦାସଙ୍କ ଘରେ ଶରଣ ନେଇଛନ୍ତି ।