-
ପୋଡିଯାଇଥିବା ଗୁରୁତର ରୋଗୀଙ୍କ ଚର୍ମ ସଂପର୍କିତ ଚିକିତ୍ସାରେ ହେବ ସହାୟତା
ନୂଆଦିଲ୍ଲୀ, ଦିଲ୍ଲୀ କ୍ୟାଂଟ ସ୍ଥିତ ଆର୍ମି ହସ୍ପିଟାଲ ମଙ୍ଗଳବାର ସୈନ୍ୟ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ସ୍କିନ ବ୍ୟାଙ୍କ ଆରମ୍ଭ କରିଛି । ସଶସ୍ତ୍ର ସେନା ଚିକିତ୍ସା ସେବା ପାଇଁ ଏହାନିଜ ତରଫରୁ ପ୍ରଥମ ସୁବିଧା ଅଟେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ସେନା ଓ ତାଙ୍କ ପରିବାର ପାଇଁ ଗୁରୁତର ଭାବେ ପୋଡିଯାଇଥିବା ଓ ଅନ୍ୟ ଚର୍ମ ସଂପର୍କିତ ଉପଚାରରେ ପରିବର୍ତ୍ତନ ଆଣିବା ।
ସେନାର ମୁଖପାତ୍ର କହିଛନ୍ତି ଯେ, ନୂଆ ସ୍କିନ ବ୍ୟାଙ୍କ ସ୍କିନ ଗ୍ରାଫ୍ଟ ସଂଗ୍ରହ, ପ୍ରସଂସ୍କରଣ ଭଣ୍ଡାର ଓ ବିତରଣ ପାଇଁ ଏକ କେନ୍ଦ୍ରୀକୃତ କେନ୍ଦ୍ର ଭାବେ କାମ କରିବ, ଯାହାଦ୍ୱାରା ସାରା ଦେଶର ସୈନ୍ୟ ଚିକିତ୍ସା କେନ୍ଦ୍ରକୁ ସହାୟତା ମିଳିବ । ଏହି ସୁବିଧାର ଉଦ୍ଦେଶ୍ୟ ସଶସ୍ତର ବଳର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସବୁଠୁ ଉନ୍ନତ ପ୍ଲାଷ୍ଟିକ ସର୍ଜରୀ ସୁବିଧା ଉପଲବ୍ଧ କରାଇବା । ସ୍କିନ ବ୍ୟାଙ୍କରେ ପ୍ଲାଷ୍ଟିକ ସର୍ଜନ, ଉନ୍ନତ ଇଂଜିନିୟର ଓ ସ୍ୱତନ୍ତ୍ର ଟେକ୍ନିସିଆନଙ୍କ ସହିତ ଉଚ୍ଚ ପ୍ରଶିକ୍ଷିତ ଡାକ୍ତରୀ ଟିମ୍ ରହିବେ ।