ନୂଆଦିଲ୍ଲୀ, ଦେଶର 12ଟି ରାଜ୍ୟରେ କୃଷି ସଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଗୁଜରାଟ, ତାମିଲନାଡୁ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ, ମେଘାଳୟ, ରାଜସ୍ଥାନ, ମହାରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସଂକଳ୍ପ ଅଧୀନରେ ଏକ କୋଟି ଲକ୍ଷପତି ଦିଦି ହୋଇଛନ୍ତି । ମହିଳାଙ୍କ ସହଭାଗିତା ବୃଦ୍ଧି ପାଇଁ କୃଷି ଓ ଗ୍ରାମିଣ ବିକାଶ ମନ୍ତ୍ରାଳୟ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଚଲାଇବେ । ଦୁଇ ମନ୍ତ୍ରାଳୟ ଗୋଟିଏ ବୁଝାମଣାପତ୍ରରେ ବି ସ୍ୱାକ୍ଷର କରିଛନ୍ତି । ଜୁନ 18ରେ କୃଷି ମନ୍ତ୍ରାଳୟର ଜାରି ବୟାନ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ତିନି କୋଟି ଲକ୍ଷପତି ଦିଦି କରିବାର ସଂକଳ୍ପ ଅଟେ ।ଏହି ସଂକଳ୍ପ ଅଧୀନରେ ଏକ କୋଟି ଲକ୍ଷପତି ଦିଦି ହୋଇଥିବା ବେଳେ ଆହୁରି 2କୋଟି ଲକ୍ଷପତି ଦିଦି ହେବେ ।
Related Stories
September 26, 2024