ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ନୂତନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆଙ୍କ ସହ ସ୍ଥାନୀୟ ବନ ବିଭାଗ ବିଶ୍ରାମଗୃହଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଓ ବରିଷ୍ଠ ଅଧିକାରୀମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ତେଣୁ ଅଧିକାରୀମାନଙ୍କଠାରୁ ମନ୍ତ୍ରୀ ଶ୍ରୀ ସିଂ ଖୁଂଟିଆ ଆନ୍ତରିକ ସହଯୋଗ କାମନା କରିଥିଲେ । ଏହି ସୌଜନ୍ୟ ସାକ୍ଷାତ ସମୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଡ. ମିତା ବିଶ୍ୱାଳ, ନିର୍ଦ୍ଦେଶକ, ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ. କେ. ମୁରୁଗେସନ, ମୁଖ୍ୟ ବନ ସଂରକ୍ଷକ(ବନପ୍ରାଣୀ) ତଥା ନିର୍ଦ୍ଦେଶକ, ନନ୍ଦନକାନନ ମନୋଜ ନାୟର, ଅତିରିକ୍ତ ଶାସନ ସଚିବ ଦେବେନ୍ ପ୍ରଧାନ, ଅତିରିକ୍ତ ଶାସନ ସଚିବ ଧରମ ହାଁସଦା, ଅତିରିକ୍ତ ଶାସନ ସଚିବ ଉଷାରାଣୀ ଦାସ, ଅତିରିକ୍ତ ଶାସନ ସଚିବ ଏ.କେ. ପଟ୍ଟନାୟକ, ବିତ୍ତ ପରାମର୍ଶଦାତା କଲ୍ୟାଣୀ ମଲ୍ଲୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।