ବାନ୍ଦିପୋରା, ସେନା ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଜୁନ୍ ୧୬ ଓ ୧୭ ତାରିଖ ମଧ୍ୟ ରାତ୍ରରେ ସୁରକ୍ଷା ବଳ ଦ୍ଵାରା ଆରମ୍ଭ ହୋଇଥିବା ମିଳିତ ଅଭିଯାନ ସମୟରେ ବାନ୍ଦିପୋରାର ଅରାଗାମ ଅଂଚଳରେ ଏ ଶ୍ରେଣୀର ଆତଙ୍କବାଦୀ ଉମର ଲୋନ ନିହତ ହୋଇଛି ।
ବାନ୍ଦିପୋରାରେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ସେନା କମାଣ୍ଡର ୩ ସେକ୍ଟର- ରାଷ୍ଟ୍ରିୟ ରାଇଫଲ (ଆରଆର) ବିପୁଲ ତ୍ୟାଗୀ କହିଛନ୍ତି ଯେ, ଏହା ସୁରକ୍ଷା ବଳ ନିମନ୍ତେ ଏକ ବଡ ଉପଲବ୍ଧି ଅଟେ । ବାନ୍ଦିପୋରା ଜିଲ୍ଲାର ଅରାଗାମ ଅଂଚଳରେ ଆତଙ୍କବାଦୀ ଗତିବିଧି ବାବଦରେ ଏକ ବିଶେଷ ସୂଚନା ମିଳିବା ପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ଦ୍ଵାରା ମିଳିତ ଭାବେ ଅପରେସନ ଆରମ୍ଭ ହୋଇଥିଲା । ଜୁନ୍ ୧୬ ଓ ୧୭ ତାରିଖ ରାତ୍ରରେ ଆମକୁ ଏହି ବିଶେଷ ସୂଚନା ମିଳିଥିଲା । ଯାହାକୁ ଭିତି କରି ଏହି ଅପରେସନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ସମୟରେ ଆମର ଏକ ଗ୍ରୁପ୍ କିଛି ସନ୍ଦିଗ୍ଧ ଗତିବିଧି ଦେଖିବାକୁ ପାଇଥିଲା । ଏହାପରେ ସୁରକ୍ଷା ବଳର ଏକ ଗ୍ରୁପ୍ ଆତଙ୍କବାଦୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଫଳରେ ବାରାମୁଲା ଜିଲ୍ଲାର ହୁସନଖୋଇ ପଟ୍ଟନ ନିବସୀ ଉମର ଲୋନ ନାମକ ଆତଙ୍କବାଦୀ ପ୍ରାଣ ହରାଇଛି ।