
ଭୁବନେଶ୍ୱର, ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ସଙ୍ଘର ସଭାପତି ଡକ୍ଟର ମିହିର ଦାସ ଓ ଉପସଭାପତି ଡକ୍ଟର ନାରାୟଣ ମହାନ୍ତି ଏକ ବିବୃତିରେ କହିଛନ୍ତି ଯେ, ପୂର୍ବ ସରକାର ଶିକ୍ଷା ପ୍ରଶାସନରୁ ଶିକ୍ଷାବିତ୍ ମାନଙ୍କୁ କାଢ଼ିଦେଇ ସେମାନଙ୍କ ସ୍ଥାନରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଥିବାରୁ ଶିକ୍ଷା ବ୍ୟବସ୍ଥା ଏକ ରକମ ବିପର୍ଯ୍ୟସ୍ତ ହୋଇପଡ଼ିଛି । ନୂତନ ସରକାର ପୂର୍ବପରି ଶିକ୍ଷାବିତ୍ ମାନଙ୍କୁ ପ୍ରଶାସନିକ ପଦବୀରେ ଅ୍ୱସ୍ଥାପିତ କରି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।