ଭୁବନେଶ୍ୱର– ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର କାର୍ଯ୍ୟଧାରା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ବିଭାଗ ଅଧିନସ୍ଥ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ନୂତନ ପ୍ରକଳ୍ପ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପିଚୁ ରାସ୍ତା ସଂଯୋଗ ହେବ । ଗାଁଗୁଡ଼ିକର ତାଲିକା ସରିଛି, ୩୫୦ କିମି ରାସ୍ତା ନିର୍ମାଣ ଟାର୍ଗେଟ ରଖାଯାଇଛି । ୧୦୦ ଦିନରେ ୨୦୦ ବ୍ରିଜ କାମ ସାରିବା ପାଇଁ ଆଲୋଚନା ହୋଇଛି । ବ୍ୟାରେଜ ନିର୍ମାଣ ସହ ଚାଷୀଙ୍କୁ ପାଣି ଯୋଗାଇ ଦିଆଯିବ । କାମ ଖିଲାପ ହେଲେ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ବାହାର ଲୋକ ନୁହେଁ ସ୍ଥାନୀୟ ଲୋକଙ୍କୁ କାମ ମିଳିବ । ଅଫିସର ମାନେ ଗାଁକୁ ଯାଇ କାର୍ଯ୍ୟର ତଦାରଖ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ।