ଭୁବନେଶ୍ୱର – ଯାଜପୁର କଳିଙ୍ଗନଗର ଶିଳ୍ପାଂଚଳ ଠାରେ ପ୍ରତିÂିତ ରାଜ୍ୟର ଦ୍ୱିତୀୟ ରାଷ୍ଟ୍ରାୟତ ଇସ୍ପାତ କାରଖାନା ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଷ୍ପତିକୁ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଂଟର (ଏ.ଆଇ.ୟୁ.ଟି.ୟୁ.ସି.) ଦୃଢ଼ ବିରୋଧ କରିଛି ।
କାରଖାନା ନିର୍ମାଣ ପରେ ନୀଳାଚଳ ଇସ୍ପାତ ନିଗମକୁ ୮୭୪.୨୯ହେକ୍ଟର ପରିମିତ ଲୁହାପଥର ଖଣି ମିଳିଛି ଏବଂ କାରଖାନାରୁ ଉପôାଦନ ଆରମ୍ଭ ହୋଇଥିବାବେଳେ ସରକାର ଚକ୍ରାନ୍ତକରି ଏହି କାରଖାନାକୁ ବନ୍ଦ କରିବା ପରେ ଘରୋଇକରଣ କରିବା ପାଇଁ ନେଇଥିବା ନିଷ୍ପତି କ୍ଷତିଗ୍ରସ୍ତ ବିସ୍ଥାପିତ ଜନସାଧାରଣଙ୍କ ପ୍ରତି ଚରମ ବିଶ୍ୱାସଘାତକତା । କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିÂିତ ମୈଥାନ, ରୋହିତ, ମେସ୍କୋ ଭଳି ଘରୋଇ ଇସ୍ପାତ କାରଖାନାକୁ ବନ୍ଦକରି ହଜାର ହଜାର ଶ୍ରମିକ କର୍ମଚାରୀଙ୍କୁ ବେରୋଜଗାରୀ କରାଯାଇଥିବାବେଳେ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କମ୍ପାନୀ ହାତରେ ବିକ୍ରିକଲେ ଏହି କାରଖାନାର ଅଫିସର, ନିୟମିତ କର୍ମଚାରୀ, ଠିକା ଶ୍ରମିକ ଏବଂ କ୍ଷତିଗ୍ରସ୍ତ, ବିସ୍ଥାପିତ ଅଂଚଳର ଜନସାଧାରଣଙ୍କ ସମେତ କଳିଙ୍ଗନଗର ଓ ଯାଜପୁର ରୋଡ୍ର ଜନସାଧାରଣ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ କ୍ଷତିଗ୍ରସ୍ତ ହେବେବୋଲି ସଂଗଠନ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି ।
ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇକରଣ କରିବା ନିମନ୍ତେ କେନ୍ଦ୍ର ବିଜେପି ସରକାରଙ୍କର କ୍ୟାବିନେଟ୍ ନିଷ୍ପତିକୁ ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ଏହି କାରଖାନାକୁ ରାଷ୍ଟ୍ରାୟ ଉଦ୍ୟୋଗଭାବେ କେନ୍ଦ୍ର ଓ ରାଜ୍ୟ ସରକାର ପରିଚାଳନା କରିବା ନିମନ୍ତେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଂଟର (ଏ.ଆଇ.ୟୁ.ଟି.ୟୁ.ସି.) ରାଜ୍ୟ ସଭାପତି ଶମ୍ଭୁନାଥ ନାଏକ, ରାଜ୍ୟ ସମ୍ପାଦକ ଜୟସେନ ମେହେର, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଦୃଢ଼ ଦାବିକରିଛନ୍ତି । ସରକାର ତାଙ୍କର ଅନ୍ୟାୟ ନିଷ୍ପତିକୁ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଓଡିଶା ରାଜ୍ୟର ଶ୍ରମିକ, କର୍ମ•ରୀ ଓ ଜନସାଧାରଣ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ମିଳିତ ଆନେ୍ଦାଳନ ଗଢ଼ି ତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି ।
Related Stories
November 23, 2024