
ଭୁବନେଶ୍ୱର– ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ପଶ୍ଚିମବଙ୍ଗର ନ୍ୟୁଜଲପାଇଗୁଡିରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ଖବର ଶୁଣି ଦୁଃଖ ପ୍ରକାଶ କରୁଛି । ଏହି ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ପରିବାର ପ୍ରତି ମୋର ସମବେଦନା ରହିଛି । ଈଶ୍ୱରଙ୍କ ନିକଟରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।