ନୂଆଦିଲ୍ଲୀ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଜମ୍ମୁ-କାଶ୍ମୀରରେ ଗତ କିଛି ଦିନ ତଳେ ଏକ ଯାତ୍ରୀବାହୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରିଛି । ଆଜି ଏନଆଇଏ ପକ୍ଷରୁ ଏହି ବୟାନ୍ ଜାରି ହୋଇଛି ।
ଏନଆଇଏ ର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଗତ ୯ ତାରିଖରେ ଜମ୍ମୁ-କାଶ୍ମୀରରେ ଏକ ଯାତ୍ରୀବାହୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଏଠାରେ ଅନୁଷ୍ଠିତ ହୋଇଥିବା ଲଗାତାର ଦୁଇଟି ବୈଠକରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତି ଏବଂ ବାର୍ଷିକ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା ର ଦିନକ ପରେ ଏହି ନିଷ୍ପତି ନିଆଯାଇଛି ।
ପ୍ରକାଶ ଥାଉକି, ଗତ ୯ ତାରିଖରେ ଜମ୍ମୁ-କାଶ୍ମୀରର ଶିବଖୋଡି ଅଭିମୁଖେ ଯାଉଥିବା ଏହି ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଫଳରେ ତିନି ମହିଳା ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ୪୧ ଜଣ ଆହତ ହୋଇଥିଲେ ।