ଭୁବନେଶ୍ୱର– ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ପୁଣ୍ୟତିଥି ଭୁବନେଶ୍ୱର ଗୋପବନ୍ଧୁଛକସ୍ଥିତ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କାମଦେବ ମହାପାତ୍ର କବିତା ଆବୃତି କରିଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଡକ୍ଟର ମିହିର ପଟ୍ଟନାୟକ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ବୈକୁଣ୍ଠ ଭୋଇ, ନିରଞ୍ଜନ ରାଉତ, ଦେବଯାନୀ ଦାଶ, ଅଧିବକ୍ତା ଅକ୍ଷୟ ଜେଠୀ, ଜୟ ଓଡ଼ିଶା ପକ୍ଷରୁ ସୌରଭ ମହାନ୍ତି, ସ୍ୱରାଜ ସୂତାର, ଉଇ ଫର ଭୁବନେଶ୍ୱର ପକ୍ଷରୁ କାର୍ଯ୍ୟକ୍ରମ ସଂଯୋଜକ ନରେନ୍ ସାହୁ, ହାଡ଼ିବନ୍ଧୁ ବେହୁରିଆ, ଦୀପ୍ତିମୟୀ ରାୟ, ସଂଯୁକ୍ତା ପାଣିଗ୍ରାହୀ, ଗୋପବନ୍ଧୁ ପ୍ରେମୀ ସଂଜୟ ପରିଡ଼ା, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, କର୍ପୋରେଟର ଅମରେଶ ଜେନା ପ୍ରମୁଖ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ସିଏ ବାସ୍ତବରେ ଭାରତମଣି ହେବା ଉଚିତ୍ ବୋଲି ମତ ଦେଇଥିଲେ । ଉଚ୍ଚଶିକ୍ଷା ପରେ ସରକାରୀ ଚାକିରୀକୁ ପ୍ରତ୍ୟାଖାନ କରି ସତ୍ୟବାଦୀରେ ବନ ବିଦ୍ୟାଳୟ ପ୍ରତିଷ୍ଠା ସହ ମୌଳିକ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦାନ ପୂର୍ବକ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇ ବହୁବାର କାରାବରଣ କରିଥିଲେ । ଗଡ଼ଜାତ ଆନ୍ଦୋଳନକୁ ମଧ୍ୟ ସେ ସମର୍ଥନ କରୁଥିଲେ । ରାଜ୍ୟରେ ସମ୍ବାଦପତ୍ରର ବିକାଶ ପାଇଁ ସେ ‘ସମାଜ’ କାଗଜର ପ୍ରତିଷ୍ଠା କରିଥିଲେ । ବନ୍ୟା, ବାତ୍ୟା ସମୟରେ ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇଦେବା ସହ ମହାମାରୀ ସମୟରେ ଲୋକମାନଙ୍କ କଲ୍ୟାଣ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । ତାଙ୍କର ନୀତି, ଆଦର୍ଶ ପ୍ରତି ଓଡ଼ିଆ ବିଦ୍ୟାର୍ଥୀ ଓ ଯୁବ ସମାଜକୁ ଅନୁପ୍ରାଣିତ କରିଆସିଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଜୟ କୁମାର ପରିଡ଼ା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାବରେ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇବା ପାଇଁ ପ୍ରତିମୂର୍ତ୍ତିି ସ୍ଥଳରୁ ସାଇକେଲ୍ ଯୋଗେ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ଓ ଅନ୍ୟମାନେ ତାଙ୍କୁ ଶୁଭକାମନା ଜଣାଇ ତାଙ୍କ ଯାତ୍ରାର ସଫଳତା କାମନା କରିଥିଲେ ।
Related Stories
November 22, 2024