ବାଲେଶ୍ୱର- ରୋଗୀ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଏକ ଗଛରେ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ଭାଲୁକାଶୁଣି ନିକଟରେ ଆଜି ସକାଳେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା ।
ସୂଚନା ଅନୁଯାୟୀ, ୧୦୮ ଆମ୍ବୁଲାନ୍ସଟି ନୀଳଗିରିରୁ ଯମୁନା ଅଂଚଳକୁ ରୋଗୀ ଆଣିବାକୁ ଯାଉଥିଲା । ଏହି ସମୟରେ ତିନିକୋଶିଆ ଜଙ୍ଗଲ ରାସ୍ତାର ଭାଲୁକାଶୁଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଏକ ଗଛରେ ଧକ୍କା ଦେଇଥିଲା । ଆମ୍ବୁଲାନ୍ସର ଚକ ଫାଟିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି ।
Related Stories
November 23, 2024
November 23, 2024
November 23, 2024