ସମ୍ବଲପୁର, ନିଟ ମାମଲାକୁ ଅତ୍ୟନ୍ତ ଗୁରୁତ୍ୱର ସହ ସରକାର ନେଇଛନ୍ତି । ଏହି ମାମଲାରେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାହାରିକୁ ହେଲେ ଛ଼ଡା ଯିବ ନାହିଁ । ଏ ସମ୍ପର୍କରେ ପ୍ରଶ୍ନର ଉତର ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ସୁପାରିଶ ଅନୁଯାୟୀ 1,563 ପ୍ରାର୍ଥୀଙ୍କ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ସ୍ଥାନରେ କିଛି ଅନିୟମିତତା ସାମ୍ନାକୁ ଆସିଛି। ଛାତ୍ର ଏବଂ ଅଭିଭାବକମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ଯଦି ଏନଟିଆର ବଡ ଅଧିକାରୀମାନେ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କୁ ମଧ୍ୟ ଛଡା ଯିବ ନାହିଁ । ମଧ୍ୟ ବଂଚି ପାରିବେ ନାହିଁ । ସେମାନେ କଠୋର ଦଣ୍ଡ ପାଇବେ ।