କୋଲକାତା, ତୃଣମୂଳ କଂଗ୍ରେସର ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ରବିବାର ସକାଳେ ପେଟରେ ଯନ୍ତ୍ରଣା ଅନୁଭବ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂତ୍ର ମୁତାବକ ରବିବାର ସକାଳେ ତାଙ୍କୁ ଇଏମ ବାଇପାସ ନିକଟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ପେଟରେ ସାମାନ୍ୟ ସର୍ଜରୀ କରାଯିବ । ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଅଭିଷେକଙ୍କ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି । ସର୍ଜରୀ ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ।
Related Stories
January 15, 2025