ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଗୋଡ଼ିଖାଳ ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଗାଡ଼ି ଓଲଟି ପଡିବାରୁ ୮ ଜଣ ଆହତ ହୋଇଛନ୍ତି । ଆହତ ମାନେ ସମସ୍ତେ ଜଳେଶ୍ୱର ଅଂଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।
ଆଜି ସକାଳେ ଜଳେଶ୍ୱର ଥାନା ପଂଚୁଘଂଟାରୁ ଏକ ଟାଟା ଏସିରେ ୨୦ ଜଣ ଶ୍ରମିକ ମିକ୍ସର ମେସିନ ଲୋଡ଼୍ କରି ଅମର୍ଦାରୋଡ଼ ଅଭିମୁଖେ ଯାଉଥିଲେ । ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଗୋଡ଼ିଖାଳ ନିକଟରେ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
Related Stories
November 22, 2024