ନୂଆଦିଲ୍ଲୀ, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଛନ୍ତି ଯେ, ସଂସଦ ପରିସରରେ ବିଭିନ୍ନ ସମୟରେ ମହାପୁରୁଷଙ୍କ ପ୍ରତିମା ଲଗାଯାଇଥାଏ ଏବଂ ସ୍ଥାନାନ୍ତର କରାଯାଇଥାଏ । ଏଥର ସଂସଦ ପରିସରକୁ ଏକ ନୂଆ ପ୍ରେରଣାସ୍ଥଳ ମିଳିବାକୁ ଯାଉଛି । ଯାହାଦ୍ୱାରା ଗୋଟିଏ ସ୍ଥାନରେ ସମସ୍ତ ମହାପୁରୁଷଙ୍କ ପ୍ରତିମା ଲଗାଯାଇଛି ।
ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ହେବା କାରଣରୁ ସଂସଦ ପରିସରରେ ମହାପୁରୁଷଙ୍କ ପ୍ରତିମା ସମସ୍ତଙ୍କୁ ଦୃଶ୍ୟମାନ ହେଉନାହିଁ, ଏବଂ ଏହାର ଦେଖାରଖା ହେଇପାରୁନାହିଁ । ଏଭଳି ପରିସ୍ଥିତରେ ବିଚାର ଆସିଥିଲା ଯେ, ସମସ୍ତ ପ୍ରତିମାଙ୍କୁ ଗୋଟିଏ ସ୍ଥାନରେ ଲଗାଯିବା ଉଚିତ, ଯାହାଦ୍ୱାରା ଆଗନ୍ତୁକ ଏହି ମହାପୁରୁଷଙ୍କ ପ୍ରତିମାକୁ ଦେଖିପାରିବେ ଏବଂ ତାଙ୍କ ସଂପର୍କରେ ଜାଣିପାରିବେ । ମହାତ୍ମା ଗାନ୍ଧି, ବାବା ସାହେବ, ମହାରାଣା ପ୍ରତାପ କିମ୍ବା ଛତ୍ରପତି ଶିବାଜୀ ସମସ୍ତ ପ୍ରତିମାଙ୍କୁ ଗୋଟିଏ ସ୍ଥାନରେ ଲଗାଯାଇଛି ।