ପୁରୀ, ପୁରୀ ଜିଲ୍ଲା ବ୍ରହ୍ମଗିରିର ମା ବାଲିହରଚଣ୍ଡୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ରଜ ଉତ୍ସବ । ସମଗ୍ର ଅଂଚଳ ରଙ୍ଗିନ ଆଲୋକମାଳରେ ଝଲସି ଉଠିଛି । ଏହି ପର୍ବ ଏଠାରେ ୪ ଦିନ ଧରି ପାଳନ ହେଉଥିବା ବେଳେ ଆଜି ତୃତୀୟ ଦିବସରେ ମା ଙ୍କ ସରସ୍ଵତୀ ବେଶ ଅନୁଷ୍ଠିତ ହୋଇଛି ।
ସେହିପରି ଆସନ୍ତାକାଲି ଅନ୍ତିମ ଦିବସରେ ମା ମହାକାଳୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ରଜ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଥାଉକି, ରଜ ଉତ୍ସବର ପ୍ରଥମ ଦିବସରେ ମା ଙ୍କ କୁମାରୀ ବେଶ, ଦ୍ବିତୀୟ ଦିବସ ରଜ ସଂକ୍ରାନ୍ତୀରେ ମା ଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଥିଲା ।