ଧର୍ମଶାଳା- ପୁଣି ଶିଶୁ କନ୍ୟା ଅଲୋଡ଼ା । ମାନବିକତା ହରାଇଲା ମଣିଷ । ରାସ୍ତା କଡରେ ଛାଡି ଦେଇଗଲେ ନବଜାତ ଶିଶୁ କନ୍ୟାକୁ । ଏଭଳି ଅଭବନୀୟ ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଶାଳପଡା ନିକଟରେ । ଆଜି ସକାଳୁ ଦର୍ପଣ-କଳକଳା ପୂର୍ତ ବିଭାଗ ରାସ୍ତାର ଶାଳପଡା ନିକଟରେ ଏକ ନବଜାତ ଶିଶୁକନ୍ୟାର ବୁକୁ ଫଟା କାନ୍ଦ ପ୍ରଥମେ ଶୁଣିବାକୁ ପାଇଥିଲେ କିଛି ସ୍ଥାନୀୟ ଲୋକେ । ପରେ ଶିଶୁ କନ୍ୟାଟିକୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ଅଂଚଳରେ ଜଣକ ଘରେ ରଖି ଜିଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଥିଲେ । ଉଦ୍ଧାର ଶିଶୁ କନ୍ୟାଟି ୩ରୁ ୪ ଦିନ ହେବ ଜନ୍ମ ଲାଭ କରିଥିବା ଅନୁମାନ କରାଯାଉଥିବା ବେଳେ ଶିଶୁକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏ ନେଇ ବଡଚଣା ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ଶିଶୁ କନ୍ୟାଟିର ପ୍ରକୃତ ପିତାମାତାକୁ ଖୋଜିବା ନେଇ ପ୍ରକ୍ରିୟା ଜାରି ରହିଥିବା ବଡଚଣା ଥାନା ଅଧିକାରୀ ଦିପକ କୁମାର ଜେନା ପ୍ରକାଶ କରିଛନ୍ତି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲାରେ ଏଭଳି ଅମାନୁଷିକ କାର୍ଯ୍ୟ ବାରମ୍ବାର ଘଟୁଥିବା ବେଳେ ସାଧାରଣରେ ସଚେତନ ହେବା ଜରୁରୀ ହୋଇପଡିଛି ।
Related Stories
November 22, 2024