-
ଶେଷ ଦର୍ଶନ କଲେ ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, କୁଏତ୍ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆଙ୍କ ମର ଶରୀର ଆଜି ଓଡିଶାରେ ପହଂଚିଛି । । ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି। ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଏବଂ ପ୍ରଭାତୀ ପରିଡ଼ା ଓ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି । ଏତଦବ୍ୟତୀତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଶେଷ ଦର୍ଶନ କରିଛନ୍ତି।
ଏଠାରୁ ଦୁଇ ମୃତକଙ୍କ ମର ଶରୀର ସେମାନଙ୍କ ଗାଁକୁ ପଠଯିବ। ଗତକାଲି ବାୟୁସେନାର ହର୍କ୍ୟୁଲସ୍ ବିମାନରେ ଭାରତର ୪୫ ଜଣ ମୃତକଙ୍କ ପାର୍ଥିବ ଶରୀରକୁ ଭାରତ ଅଣାଯାଇଥିଲା। କୋଚି ବିମାନ ବନ୍ଦରରୁ ଆଜି ଜନ୍ମମାଟିକୁ ପଠାଯାଇଛି।