ନୂଆଦିଲ୍ଲୀ/ଭୁବନେଶ୍ୱର, ରାଷ୍ଟ୍ରପତି ଭବନରେ ରଜ ପର୍ବ ପାଳନ ଅବସରରେ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିବା ସମ୍ବଲପୁରର ଧୀରଜ କରାଲି ଓ ତାଙ୍କ ଦଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି ।
ସୋସିଆଲ ସାଇଟ୍ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ ବହୁତ୍ ଖୁସିର୍ କଥା ଯେ ଇ ବର୍ଷ ଆଦରଣୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର୍ ଦ୍ୱାରା ରାଷ୍ଟ୍ରପତି ଭବନନେ ରଜ ପରବ୍ ପାଲିତ୍ ହେଲା । ଆଉ ଖୁସିର୍ କଥା ଯେ, ସମ୍ବଲପୁରର୍ ଶ୍ରୀ ଧୀରଜ୍ କରାଲି ଆଉ ତାଙ୍କର୍ ନାଚଦଲ୍ ରାଷ୍ଟ୍ରପତିଙ୍କର୍ ସାମ୍ନାନେ ମନଛୁଆଁ ସମ୍ବଲପୁରୀ ନାଚ୍ ସାଙ୍ଗେ ଓଡ଼ିଆ ଜନଜୀବନଥି ସଂସ୍କୃତିର୍ ବଢିଆ ପ୍ରଦର୍ଶନ୍ କରିଥିଲେ ।
ଶ୍ରୀ ଧୀରଜ୍ କରାଲି ଆଉ ତାଙ୍କର୍ ନାଚଦଲ୍ କେ ଭେଟି କରି ମୁଇଁ ବହୁତ ଆନନ୍ଦିତ୍ ହେଲି । ଧୀରଜ୍ କରାଲି ତାଙ୍କର୍ ପୂର୍ବଜଙ୍କର୍ ଅମୂଲ୍ୟ କଲା, ସଂସ୍କୃତିକେ ଜୀବନ୍ତ କରି ରଖବାର୍ ଲାଗି ନିଷ୍ଠାପର୍ ଆଉ ସମରପିତ୍ ଭାବେ କାମ୍ କରିଆସିଛନ୍, ଯେନ୍ ଟା ବହୁତ୍ ପ୍ରଶଂସାର୍ ଯୋଗ୍ୟ ଆଏ ।