କୋରାପୁଟ, ଘରୋଇ ବସ୍ ମାଲିକ ସଂଘ ଓ ଘରୋଇ ବସ୍ କର୍ମଚାରୀ ସଂଘ ମଧ୍ୟରେ ବିବାଦକୁ ନେଇ ଆଜି କୋରାପୁଟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଜି ସକାଳ ଠାରୁ କୋରାପୁଟରୁ କୌଣସି ଘରୋଇ ବସ୍ ଚାଲୁନଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତକାଲି ବସ୍ ଟାଇମିଂକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାର ପ୍ରତିବାଦରେ ଆଜି କୌଣସି କର୍ମଚାରୀ ଗାଡି ଚଳାଉନାହାଁନ୍ତି । ଫଳରେ କୋରାପୁଟରୁ ପ୍ରାୟ ୪୦ଟି ରୁଟ୍ ରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।