ସମ୍ବଲପୁର– ଖେଳୁଥିବା ବେଳେ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଳିନ୍ଦର ଗାଁରେ ଆଜି ରଜ ସଂକ୍ରାନ୍ତୀରେ ଘଟିଯାଇଛି ଏଭଳି ଏକ ଦୁଃଖଦ ଘଟଣା । ଫଳରେ କୁକୁଡ଼ା ଫାର୍ମରେ ଜଗୁଆଳି ଭାବେ କାମ କରୁଥିବା ଟୁକୁନା ସେଠ୍ ଙ୍କ ଦୁଇ ନାବାଳକ ପୁଅଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ପ୍ରିୟାଶୁଂ ଓ ଶ୍ରୀୟାଶୁଂ । ବଡ ପୁଅ ପ୍ରିୟାଶୁଂ ର ବୟସ ସାଢ଼େ ୩ ବର୍ଷ ହୋଇଥିବା ବେଳେ ସାନପୁଅ ଶ୍ରୀୟାଶୁଂର ବୟସ ଅଢ଼େଇ ବର୍ଷ ହୋଇଥିବା ସୂଚନା ମିଳିଛି । ଦୁଇ ଶିଶୁଙ୍କୁ ଉଦ୍ଧାର ପରେ ରେଢ଼ାଖୋଲ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Related Stories
November 22, 2024