ଭୁବନେଶ୍ୱର, କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟର ଦାୟିତ୍ଵ ନେଲେ ଜୁଏଲ ଓରାମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ଜୁଏଲଙ୍କୁ ଆଦିବାସୀ ମନ୍ତ୍ରାଳୟର ଦାୟିତ୍ଵ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ୨୦୧୪ରେ ମଧ୍ୟ ଜୁଏଲଙ୍କୁ ଆଦିବାସୀ ମନ୍ତ୍ରାଳୟର ଦାୟିତ୍ଵ ମିଳିଥିଲା । ବାଜପେୟୀଙ୍କ ସରକାର ସମୟରେ ୧୯୯୯ ମସିହାରେ ପ୍ରଥମେ ଏହି ମନ୍ତ୍ରାଳୟର ଆରମ୍ଭ ହୋଇଥିଲା। ଅକ୍ଟୋବର ୧୩, ୧୯୯୯ରେ ଜୁଏଲ ଓରାମ ପ୍ରଥମ ମନ୍ତ୍ରୀ ଭାବେ ଏହି ମନ୍ତ୍ରାଳୟର ଦାୟିତ୍ଵ ନେଇଥିଲେ। ତୃତୀୟ ଥର ପାଇଁ ଏହି ମନ୍ତ୍ରାଳୟର ଦାୟିତ୍ଵ ନେଇଛନ୍ତି ଜୁଏଲ । ଓଡ଼ିଶାକୁ ମିଳିବ ବଡ ଲାଭ।
ମୋଦିଙ୍କ କ୍ୟାବିନେଟରେ ୩ ଓଡ଼ିଆ ସାଂସଦଙ୍କୁ ଗୁରୁ ଦାୟିତ୍ଵ ଦିଆଯାଇଛି । ଆଦିବାସି ଜନଜାତିଙ୍କ ଶିକ୍ଷା ଆମ ପାଇଁ ପ୍ରାଥମିକତା ରହିବ । ଏକଲବ୍ୟ ମଡେଲ ସ୍କୁଲକୁ ପ୍ରାଥମିକତା । ସେହିପରି ଆଦିବାସିମାନଙ୍କୁ ସ୍ବାସ୍ଥ୍ୟ ମଧ୍ୟ ଆମର ପ୍ରାଥମିକତା । ଆଦିବାସି ମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ଜୁଏଲ ଓରାମ ।